ବିବାଦୀୟ ବୟାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ

ରାୟପୁର : ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେବା କାରଣରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଆଜି ପୋଲିସ ଗିରଫ କରିଛି। ରାୟପୁର ପୋଲିସ ଗିରଫ କରିବା ପରେ କୋର୍ଟରେ ହାଜର କରାଇଥିଲା। ସେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ୮୬ ବର୍ଷୀୟ ନନ୍ଦ କୁମାର ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ବ୍ରାହ୍ମଣ ସଂପ୍ରଦାୟରର ଲୋକମାନେ ତାଙ୍କ ବିରୋଧରେ ରାୟପୁରର ଡିଡି ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ନନ୍ଦ କୁମାର ବ୍ରାହ୍ମଣମାନଙ୍କୁ କହିଥିଲେ ବିଦେଶୀ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ପରେ ନନ୍ଦ କୁମାରଙ୍କ ଗିରଫଦାରୀର ଭୟ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଥିଲେ ମୁଁ ପୁଅ ହିସାବରେ ବାପାଙ୍କୁ ସମ୍ମାନ କରେ। କିନ୍ତୁ ଆଇନର ଉପରେ କେହି ନୁହନ୍ତି। ମୁଖ୍ୟମନ୍ତ୍ରୀ ହସିବାରେ ତାଙ୍କ ଭୁଲକୁ ମୁଁ ସମ୍ମାନ କରେନାହିଁ। ଆମ ସରକାରରେ ଆଇନ ସମସ୍ତଙ୍କ ପାଇଁ ସମାନ। ଭୁଲ କରିଥିବା ଲୋକ ମୁଖ୍ୟମନ୍ତ୍ରୀଙ୍କ ବାପା ହେଲେ ମଧ୍ୟ କିଛି ଫରକ ପଡ଼ିବନି।

Leave a Reply

Your email address will not be published. Required fields are marked *

Back to top button