ପତ୍ନୀକୁ ଜୀଅନ୍ତା ଜାଳିଦେଲା ସ୍ଵାମୀ

ଢେଙ୍କାନାଳ : ପତ୍ନୀ ରଙ୍ଗବତୀ ଦାସକୁ କିରୋସିନ ଢାଳି ଜୀଅନ୍ତା ଜାଳି ଦେଲା ସ୍ୱାମୀ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଗୋପପୁର ଗାଁରେ ଘଟିଛି। ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଖବର ଅନୁଯାୟୀ ଗତକାଲି ରଙ୍ଗବତୀ ଓ ନିରଞ୍ଜନଙ୍କ ମଧ୍ୟରେ କୌଣସି କଥା ନେଇ ବଚସା ହୋଇଥିଲା। ଏଥିରେ ନିରଞ୍ଜନ ଉତ୍‌କ୍ଷିପ୍ତ ହୋଇ ରଙ୍ଗବତୀଙ୍କୁ ମାଡ଼ ମାରିବ ସହିତ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ରଙ୍ଗବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଦୌଡ଼ିଆସି ନିଆଁ ଲିଭାଇବା ସହିତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ରଙ୍ଗବତୀଙ୍କ ପୁଅ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ମୋ ବାପା ମଦ ପିଇ ଘରକୁ ଆସି ସବୁବେଳେ ମା’ଙ୍କୁ ମାଡ଼ପିଟ୍‌ କରନ୍ତି। କଙ୍କଡାହାଡ଼ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button