ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଖବର ଅନୁଯାୟୀ ବୁଧବାର ଜାରି ବିଜ୍ଞପ୍ତି ଅନୁସାରେ ଆଠମଲ୍ଲିକ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଫିସର ଲକ୍ଷ୍ମୀଧର ରାଉତଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି କ୍ଷୀରୋଦ ବିହାରୀ ଭାରତ ନାଗଙ୍କର ବ୍ରହ୍ମପୁର ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ଲମ୍ବୋଦର ମାରାଣ୍ଡି-ଧରାକୋଟ ତହସିଲଦାର, ବିମଳ କିଶୋର ପାତ୍ର-ଜଗନ୍ନାଥପ୍ରସାଦ ତହସିଲଦାର, ମାଘବାନ ବାଗ-ଉମରକୋଟ ତହସିଲଦାର ଓ ଜନ୍ମେଜୟ ବେହେରାଙ୍କର ରାଇଘର ତହସିଲଦାର ଭାବେ ବଦଳି ହୋଇଛି।

ଏହାବ୍ୟତୀତ ଲହୁଣୀପଡ଼ା ତହସିଲଦାର ହୋଇଛନ୍ତି ବାବୁଲ ପେରେଇ। ସୁବ୍ରତ କୁମାର ବେହେରା- କୋଡ଼ିଙ୍ଗା ତହସିଲଦାର, ଝରଣା ପ୍ରଧାନ- ବାରଗାଁ ତହସିଲଦାର, ଆନନ୍ଦ କୁମାର ପଣ୍ଡା-ଆମ୍ବାଭୋନା ତହସିଲଦାର, ଡାନିଏଲ ଏକ୍କା- ଜୟପୁର ନୂଆ ରେଳଲିଙ୍କ୍ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ, ଗୀତିକା ନାଏକ- ସମ୍ବଲପୁର ଡେପୁଟି କଲେକ୍ଟର, ମାନସୀ ନାୟକ-ସମ୍ବଲପୁର ଡେପୁଟି କଲେକ୍ଟର, ମଧୁସ୍ମିତା ବେହେରା- ରାୟଗଡ଼ା ଡେପୁଟି କଲେକ୍ଟର, ଇପସିତା ମିଶ୍ର- ବରଗଡ଼ ଡେପୁଟି କଲେକ୍ଟର, ଭାନୁମତୀ ମାଝୀ- କୋର୍ଟ ଅଫିସର, କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁ, ଚାନ୍ଦିନୀ- ଝାରସୁଗୁଡ଼ା ଡେପୁଟି କଲେକ୍ଟର, ସହଦେବ କୁଟ୍ରୁକା- ତହସିଲଦାର ଆଗଲପୁର ଓ ପ୍ରକାଶ କୁମାର ରାଉଳଙ୍କର କଟକ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି।

ସେହିପରି ଗୋପିନାଥ ମିଶ୍ର ଓ ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗରେ ଓଏସଡି ଭାବେ ବଦଳି ହୋଇଛି। ଉଭୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ଯୋଗଦେବେ। ରାଜୀବ ଲୋଚନ ପରିଡ଼ା ଓ ଜ୍ୟୋସ୍ନାରାଣୀ ପାତ୍ରଙ୍କୁ ପଂଚାୟତିରାଜ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉଭୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button