କୁକୁଡ଼ା ଖାଇବାକୁ ନେଇ ଡବଲ ମର୍ଡର

ରାଉରକେଲା : କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ରକରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ମୃତକ ଦ୍ୱୟ ହେଲେ ଅମାରୂଢି ଗାଁର ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡି।
ଖବର ଅନୁଯାୟୀ ଶନିବାର ଅଭିଯୁକ୍ତ ଅମାରୂଢି ଗାଁ’ର ଜୁରା ମୁଣ୍ଡାଏକ ମଲା କୁକୁଡ଼ା ଖାଇବାରୁ ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡିଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଜୁରା ସେଦିନ ରାତିରେ ଟାଙ୍ଗିଆରେ ଦୁଇଜଣଙ୍କୁ ହତ୍ୟା କରିଥିଲା। ସେମାନଙ୍କୁ ଘର ଲୋକ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ପରେ ଅଭିଯୁକ୍ତ କେ ବଲାଙ୍ଗ ଥାନାକୁ ଆସି ଆତ୍ମସମର୍ପଣ କରିବା ସହ ଘଟଣା ବିଷୟରେ ଜଣାଇଥିଲା। ପୋଲିସ ତାକୁ ଅଟକ ରଖି ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।