ପୂର୍ବତନ ବିଧାୟକ ଦେବାଶିଷ ଓ ପୋଲିସ ଉପରେ ବର୍ଷିଲେ ଶିଖା ସାମନ୍ତରାୟ

କଟକ : ଦୀର୍ଘବର୍ଷ ପରେ କଟକ ବାରବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ପୁନଃ ଆରୋପ ଲଗାଇଛନ୍ତି ଭାଇ ବୋହୂ ଶିଖା ସାମନ୍ତରାୟ। ଏଥିସହ ତତ୍କାଳୀନ ବାଦାମବାଡ଼ି ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସେ ଆଣିଛନ୍ତି ସାଂଘାତିକ ଅଭିଯୋଗ।

ଖବର ଅନୁଯାୟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ତାଙ୍କ ଭାଇ ବୋହୂ ଶିଖା ସାମନ୍ତରାୟଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖାଦେଇଥିଲା। ରହିଛି। ଏହାକୁ ନେଇ ୨୦୧୮ ମାର୍ଚ୍ଚରେ ତତ୍କାଳୀନ ବାଦାମବାଡ଼ି ଥାନା ଅଧିକାରୀ ବିରଞ୍ଚି ପତି ଶିଖା ସାମନ୍ତରାୟଙ୍କ ଘରେ ପଶି ତାଙ୍କୁ ଅସଦ ବ୍ୟବହାର କରିବା ସହ ଘରୁ ବାହାରି ଯିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଶିଖା ସାମନ୍ତରାୟ ପୋଲିସ ବିରୁଦ୍ଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କୁ ସହଯୋଗ ମିଳିନଥିଲା। ପାଞ୍ଚବର୍ଷ ଦୁଇମାସ ପରେ ଆଜି ମାନବାଧିକାର କମିଶନ ପକ୍ଷରୁ ଏକ ଚିଠି ଆସି ପହଞ୍ଚିଛି। ଏଥିରେ ପୋଲିସକୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଏହା ଉପରେ ପ୍ରତିକ୍ରିୟା ରଖି ଶିଖା ସାମସ୍ତରାୟ ଦେଢ଼ଶୁର ଦେବାଶିଷ ସାମନ୍ତରାୟ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଆଉ କହିଛନ୍ତି ଦେବାଶିଷ ନିଜର ରାଜନୈତିକ କ୍ଷମତାକୁ ବ୍ୟବହାର କରି ମାନବ ଅଧିକାର କମିଶନରେ ଏତେ ବର୍ଷ ଘୁଞ୍ଚାଇ ଦେଇଥିଲେ। ବର୍ତ୍ତମାନ ସାକ୍ଷ୍ୟ ପ୍ରମାଣ ନାହିଁ। ତେଣୁ ତଦନ୍ତର କୌଣସି ମୂଲ୍ୟ ନାହିଁ। ଏମିତିକି ଏହାର ସୁଯୋଗ ନେଇ ଘଟଣାର ପୂର୍ଣ୍ଣଛେଦ ପକାଇବା ପାଇଁ ଉଦ୍ୟମ କରାଯାଉଛି। କେବଳ ସେତିକି ନୁହେଁ ପୋଲିସ ଉପରେ ପ୍ରଭାବ ପକାଇ ସବୁ ନିଜ ସପକ୍ଷକୁ ନେଇ ଯାଇଥିବା ସହ ଜାଣିଶୁଣି ମୋତେ ହଇରାଣ କରାଯାଉଛି ବୋଲି ଶିଖା ଅଭିଯୋଗ କରିଛନ୍ତି। ଏଥିସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button