ଟ୍ରକ୍ ଧକ୍କାରେ ଟଳିଲା ବିରଞ୍ଚନାରାୟଣ ମନ୍ଦିର ଅରୁଣ ସ୍ତମ୍ଭ

ବ୍ରହ୍ମପୁର : ଟ୍ରକ୍ ଧକ୍କାରେ ଟଳିଲା ବୁଗୁଡ଼ାର ବିରଞ୍ଚିନାରାୟଣ ମନ୍ଦିର ଅରୁଣ ସ୍ତମ୍ଭ। ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସ୍ତମ୍ଭ ଉପରେ ଥିବା ମୂର୍ତ୍ତି ଭାଙ୍ଗିଯାଇଥିବା ଜଣାପଡିଛି। ରାଜା ଶ୍ରୀକର ଭଞ୍ଜ ୧୭୯୦ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ କରିଥିଲେ। ସେହିଦିନଠାରୁ ଥିବା ସ୍ତମ୍ଭ ଟଳିବା ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି।

ଖବର ଅନୁଯାୟୀ ଶନିବାର ଭୋର୍‌ରେ ଏକ ସାର ବୋଝେଇ ଟ୍ରକ୍ ପୋଲସରା ଆଡୁ ଦ୍ରୁତ ଗତିରେ ଆସି ବଡ଼ଦାଣ୍ଡରେ ପହଞ୍ଚିଥିଲା। ଠାକୁରାଣୀଙ୍କ ଯାତ୍ରା ପାଇଁ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ବନ୍ଦ ଯୋଗୁ ଟ୍ରକ୍‌ଟି ଆଗକୁ ନଯାଇ ପଛକୁ ଫେରିବା ବେଳେ ଅରୁଣ ସ୍ତମ୍ଭକୁ ଧକ୍କା ଦେଇଥିଲା। ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ଏ ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗକୁ ଅବଗତ କରିଛନ୍ତି। ବୁଗୁଡ଼ା ଥାନାରେ ଏତଲା ଦିଆଯିବା ପରେ ପୋଲିସ ଟ୍ରକ୍‌କୁ ଜବତ କରି ଚାଳକକୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *

Back to top button