ଭିଜିଲାନ୍ସ ଜାଲରେ ବାଟାଲିୟନ କମାଣ୍ଡାଣ୍ଟ

କଟକ : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଫାଷ୍ଟ ବାଟାଲିଅନର କମାଣ୍ଡାଣ୍ଟ ସୁନୀଲ ବେହେରା।

ଖବର ଅନୁଯାୟୀ କମାଣ୍ଡାଣ୍ଟ ସୁନୀଲ ବେହେରା ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଲାଞ୍ଚ ଟଙ୍କା ଧରି ଢେଙ୍କାନାଳରୁ କଟକ ଯାଉଥିଲେ। ଏ ସଂପର୍କରେ ଖବର ପାଇ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଧରିଛି। ସରକାରୀ ଗାଡ଼ିରେ ଏତେ ଟଙ୍କା ଧରି ଯାଉଥିବା ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ଜଣାପଡିଛି।

ଅନ୍ୟପକ୍ଷରେ ସୁନୀଲ ବେହେରାଙ୍କ ଢେଙ୍କାନାଳ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱର ଆଦି ୫ଟି ସ୍ଥାନରେ ରେଡ୍ ହୋଇଛି। କମାଣ୍ଡାଣ୍ଟଙ୍କ ପାଖରୁ ୧ ଲକ୍ଷ ୩୧ ହଜାର ୫୩୩ ଟଙ୍କା ଜବତ ହୋଇଥିବାବେଳେ କଟକ ବାସଭବନରୁ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା।

Leave a Reply

Your email address will not be published. Required fields are marked *

Back to top button