ପ୍ରଣତି ଛୋଟରାୟ ବୟନିକା ପରିଚାଳନା ନିର୍ଦ୍ଦେଶିକା

ଭୁବନେଶ୍ଵର : ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀମତୀ ପ୍ରଣତି ଛୋଟରାୟ (ଆଇଏଏସ୍)ଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି କରିଛନ୍ତି।
ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଟ୍ରେଜେରୀ ଆଣ୍ଡ ଇନ୍ସପେକ୍ସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ଛୋଟରାୟଙ୍କର ବୟନିକା ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ସେ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ। ଏହାଛଡା ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶିକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ।
 
				 
					


























