ବିନା ବସ୍ତ୍ରରେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ

ଆମେରିକାର ଅଭିନେତ୍ରୀ ୫୫ ବର୍ଷିୟ ହାଲେ ବେରୀ ନ୍ୟୁଡ୍ ଫଟୋ ଛାଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଫଟୋରେ ସ୍ପଷ୍ଟ ହେଉଛି ତାଙ୍କ ଦେହରେ ଖଣ୍ଡିଏ ସୂତା ନାହିଁ। ଏହି ଅବସ୍ଥାରେ ସେ ବାଲକୋନୀରେ ଛିଡ଼ା ହୋଇ ୱାଇନ୍ ପିଇବା ସହିତ ସ୍ମିତ ହାସ୍ୟରେ ଫଟୋ ପୋଜ୍ ଦେଇଛନ୍ତି।
ହାଲେ ବେରୀ ସମ୍ପୂର୍ଣ୍ଣ ରିଲାକ୍ସ ମୁଡ୍ରେ ଥିବା ଭାଇରାଲ ଫଟୋରୁ ଜଣାପଡ଼ୁଛି। କୁହାଯାଉଛି ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି। ଆଉ ସୋସିଆଲ ମିଡିଆରେ ବେରୀ କହିଛନ୍ତି ମୋର ଯାହା ଇଚ୍ଛା ମୁଁ ସେୟା କରିବି। ଫଟୋ ଦେଖି ତାଙ୍କୁ ଅନେକ ପ୍ରଶଂସା କରିଥିବା ବେଳେ କିଛି ସମାଲୋଚନା ମଧ୍ୟ କରିଛନ୍ତି। କେତେକ ତାଙ୍କ ସୁନ୍ଦରତାକୁ ବଖାଣିଛନ୍ତି ତ ଆଉ କିଛି ତାଙ୍କର ସାହକୁ ସ୍ୱାଗତ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି ବୟସ ୫୦ ଟପିଲାଣି। ଏହି ସମୟରେ ନାତି ନାତୁଣୀଙ୍କ ସହ ରହିବା କଥା। କିନ୍ତୁ ତାହା ନକରି ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏଭଳି ଉଲଗ୍ନ ଫଟୋ ପୋଷ୍ଟ କରିଛନ୍ତି। ହେଲେ ଏହି ଟ୍ରୋଲରଙ୍କୁ ସେ କାଉଣ୍ଟର କରିଛନ୍ତି। ହାଲେଙ୍କର ୧୫ ବର୍ଷର ଝିଅ ନାହଲା ଓ ୯ ବର୍ଷର ପୁଅ ମାସିଓ ରହିଛନ୍ତି। ସେମାନେ ଏବେ ହାଲେ ବାରୀଙ୍କ ଏକ୍ସ ପାର୍ଟନର ଓଲିଭର ମାର୍ଟିନିଜଙ୍କ ସହ ରହୁଛନ୍ତି।