ଆନନ୍ଦପୁର ଲେଖକ ସମବାୟ ସମିତିର ଦ୍ଵାଦଶ ବାର୍ଷିକ ଉତ୍ସବ

ଘସିପୁରା : ଆନନ୍ଦପୁର ଲେଖକ ସମବାୟ ସମିତିର ଦ୍ଵାଦଶ ବାର୍ଷିକ ଉତ୍ସବ ଓ ସମ୍ମିଳନୀ ଗୃହର ଶିଳାନ୍ୟାସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଘଷିପୁରା ତହସିଲଦାର ପତିତପାବନ ଦେବତା ଯୋଗ ଦେଇ ସମିଳନୀ ଗୃହର ଶିଳାନ୍ୟାସ କରିଥିଲେ।

କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ତଥା ସମିତିର ସଭାପତି ଅନୀଲ କୁମାର ସେଠୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ସଚିବ କବି ମଧୁସୂଦନ ଦାସ ଯୋଗ ଦେଇ ଲେଖକ କବି ମାନେ ଭଲ ଲେଖିବା ସହ ଭଲ ମଣିଷ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ସାହିତିକ ଡାଃ ରାମଚନ୍ଦ୍ର ନାୟକ, ମହାବିଦ୍ୟାଳୟ ର ଅଧକ୍ଷ ପ୍ରଦୀପ କୁମାର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସୁଚରିତା ସେଠୀ ଯୋଗ ଦେଇ ସାହିତ୍ୟ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ଆନନ୍ଦପୁର ସାରସ୍ଵତ କବିତା ସମ୍ମାନ ୨୦୨୨ କବି ବାଦଲ ମହାନ୍ତିଙ୍କୁ, ଗଳ୍ପ ସମ୍ମାନ ୨୦୨୨ ଗାଳ୍ପିକ ଦେବାଶିଷ ସାମନ୍ତରାୟଙ୍କୁ ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସ୍ତରରେ କବି ଯଦୁନାଥ ଜେନା, କବି ଚତୁର୍ଭୁଜ ପହି ଏବଂ ଯୁବ କବି ପ୍ରବୀଣ କବୀଙ୍କୁ ଲେଖକ ସମବାୟ ସମିତି ସମ୍ବର୍ଦ୍ଧନା ସ୍ୱରୂପ ମାନପତ୍ର ଓ ଉତରିୟ ପ୍ରଦାନ କରିଥିଲେ । ଛାତ୍ରୀ ଇସ୍ମିତା ସା, ବିଜୟଲକ୍ଷ୍ମୀ ସାହୁ , ରୂପାଲୀ ସାହୁ ସ୍ଵଛାସେବି ଭାବେ ସ୍ଵମ୍ବର୍ଦ୍ଧିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମରେ କବି କୀର୍ତ୍ତନ ବିହାରୀ ସାହୁ ସଭାପତିତ୍ଵ କରିଥିବା ବେଳେ ଓ କବି ଡାଃ ଅଶୋକ ପୁହାଣ, ପ୍ରଫୁଲ୍ଲ କୁମାର ଚକ୍ର ସଞ୍ଜଜୋନା କରି ୭୨ ଜଣ କବି ନିଜର କବିତା ପାଠ କରିଥିଲେ । ସମବାୟ ସମିତି ର ସମ୍ପାଦକ ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧକ୍ୟ ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚତୁର୍ଭଜ ଜେନାଙ୍କ ପୁସ୍ତକ ମୁକୁଳା ମାଟି, ମାୟା, ପ୍ରତାପ କିଶୋର ରାଉତ ଙ୍କ ଚେନାଏ ମାଟିର ସ୍ଵର୍ଗ, ପ୍ରଭାକର ରାଉତଙ୍କର ତାତ୍ଵିକ ଭଜନ ମାଳା ଓ ଚତୁର୍ଭୁଜ ପହିଙ୍କ ଦିଶିବ ନୂଆବାଟ ସମେତ ଅନୁଷ୍ଠାନର ମୁଖପତ୍ର, ଅବର୍ନା କୁ ଅତିଥିଗଣ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button