ବିବାହ ପରେ ଅଭିଯୁକ୍ତକୁ ପୁଣି ଜେଲ ପଠାଇଲା ପୋଲିସ

ସତନା : ବରଯାତ୍ରୀ ହୋଇ ଯାଇଥିବା ପୋଲିସ ବିବାହ ପରେ ଅଭିଯୁକ୍ତକୁ ପୁଣି ଜେଲକୁ ପଠାଇଲା। ଏପରି ଘଟଣା ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଘଟିଛି।
ଖବର ଅନୁଯାୟୀ ସତନା ଜିଲ୍ଲା ଘୁରୁଡାଗର ବାସିନ୍ଦା ବିକ୍ରମ ଚୌଧୁରୀଙ୍କୁ ଅବକାରୀ ଆକ୍ଟ ଅନୁଯାୟୀ ଜେଲ୍ ପଠାଯାଇଥିଲା। କିନ୍ତୁ ମେ’ ୧୬ରେ ତାଙ୍କ ବିବାହ ସ୍ଥିର ହୋଇଥିଲା। ଏହି କାରଣରୁ ସେ କୋର୍ଟରେ ଏକ ଆବେଦନ କରି ବିବାହ ପାଇଁ ସମୟ ମାଗିଥିଲେ। ଆବେଦନକୁ ବିଚାରକୁ ନେଇ କୋର୍ଟ ତାଙ୍କୁ ସର୍ତ୍ତ ଆଧାରରେ ଘରକୁ ଯିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଅନୁସାରେ ୮ଜଣ ପୋଲିସକର୍ମୀ ବିବାହରେ ହୋଇଥିଲେ ସାମିଲ। କଡା ସୁରକ୍ଷା ମଧ୍ୟରେ ବିବାହର ସବୁ ରୀତିନୀତି ଶେଷ ହେବାପରେ ବିକ୍ରମକୁ ପୋଲିସ ପୁଣି ଜେଲକୁ ପଠାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ପୋଲିସ ବରଯାତ୍ରୀ ହୋଇ ବିବାହରେ ସାମିଲ ହୋଇଥିଲେ।


























