ବେଲାରୁଷରେ ରୁଷ ପରମାଣୁ ଅସ୍ତ୍ର ମୁତୟନ କରିବ

ନୂଆଦିଲ୍ଲୀ : ଆସନ୍ତା ମାସରେ ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ ହେବ। ଜୁଲାଇ ୭ରୁ ୮ ତାରିଖ ମଧ୍ୟରେ ପରମାଣୁ ଅସ୍ତ୍ର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ସରିବ। ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିବା ବେଲାରୁସ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି।

ଖବର ଅନୁଯାୟୀ ୟୁକ୍ରେନ୍ ସେନା ପକ୍ଷରୁ ରୁଷର କେତେକ ଅଞ୍ଚଳରେ ଆକ୍ରମଣକୁ ଜୋରଦାର କରାଯାଉଛି। ଏହାର ଜବାବୀ ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଅନ୍ୟପକ୍ଷରେ ୨୦୨୨ ଫେବ୍ରୁଆରି ୨୪ରେ ୟୁକ୍ରେନକୁ ନିଜର ସୈନ୍ୟ ପଠାଇବା ପାଇଁ ରୁଷ୍ ବେଲାରୁସ୍ ଅଞ୍ଚଳକୁ ବ୍ୟବହାର କରିବା ସହିତ ସେଠାରେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ କରିଥିଲା। ପୁଟିନ୍ ସୋଚିର କୃଷ୍ଣ ସାଗର ରିସୋର୍ଟସ୍ଥିତ ତାଙ୍କ ବାସଭବନରେ ଲୁକାଶେଙ୍କୋଙ୍କୁ ସାକ୍ଷାତ କରିଥିଲେ। ସେ ଏକ ଟେଲିଭିଜନ୍ ବାର୍ତ୍ତାରେ କହିଛନ୍ତି ସବୁ କିଛି ଯୋଜନା ଅନୁଯାୟୀ ଚାଲିଛି। ଜୁଲାଇ ୭ ଓ ୮ ତାରିଖରେ ସମ୍ପୃକ୍ତ ପରମାଣୁ ଅସ୍ତ୍ର କେନ୍ଦ୍ରର ପ୍ରସ୍ତୁତି ଶେଷ ହେବ ଓ ତାପରେ ସେଠାରେ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ ଆରମ୍ଭ କରାଯିବ। ରୁଷର ଏହି ପଦକ୍ଷେପକୁ ନେଇ ପାଶ୍ଚାତ୍ୟ ଦେଶରେ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button