ସମ୍ବଲପୁରରେ ଇଣ୍ଟରନେଟ ସେବା ସ୍ଵାଭାବିକ

ସମ୍ବଲପୁର : ସମ୍ବଲପୁରରେ ସ୍ଥିତି ସ୍ଵାଭାବିକ ହେଉଛି। କର୍ଫ୍ୟୁ କୋହଳ ହୋଇଥିବା ବେଳେ ଆଜି ସକାଳ ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି।
ଖବର ଅନୁଯାୟୀ ସମ୍ବଲପୁରରେ ହିଂସା ଘଟଣା ପରେ ଗତ ୧୩ ତାରିଖ ଦିନ ୧୦ଟାରୁ ଇଣ୍ଟରନେଟ ସେବାକୁ ପ୍ରଶାସନ ବନ୍ଦ ରଖିଥିଲା। ସେହିପରି ରବିବାର ଠାରୁ କର୍ଫ୍ୟୁ ୧୫ ଘଣ୍ଟା କୋହଳ କରାଯାଇଛି। ଏଣିକି ସକାଳ ୫ରୁ ରାତ୍ରୀ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବନି। ସ୍ଥିତିରେ ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।



























