ସମୟ ଆସିଲେ ଜବାବ ଦିଆଯିବ : ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପରିଷଦ ବୈଠକ ଗୋଆରେ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେବାକୁ ଆସିଥିବା ପାକିସ୍ତାନ ବୈଦେଶିକମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଦେଇଛନ୍ତି ବିବାଦୀୟ ବୟାନ। ଜି -୨୦ ବୈଠକକୁ ନେଇ ଏକ ପ୍ରଶ୍ନରେସେ କହିଛନ୍ତି ଶ୍ରୀନଗରରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରିବା ଭାରତର ଅହଂକାରକୁ ଦର୍ଶାଉଛି। ସମୟ ଆସିଲେ ଏହାର ଜବାବ ଦିଆଯିବ।
ବିଲାୱଲ ଭୁଟ୍ଟୋଙ୍କ ବିବୃତ୍ତିର ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ଅସନ୍ତୋଷ ତେଜିବାରୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ସଫେଇ ଦେଇଛି।ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ନିକଟରେ ଭାରତ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜମ୍ମୁକଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲେ। ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏହି ବୟାନ ଆନ୍ତର୍ଜାତୀୟ ଆଇନ ଉପରେ ଆଧାର କରି କହିଥିଲେ।