ପତ୍ନୀ କାଟିଦେଲା ସ୍ୱାମୀଙ୍କ ଗୁପ୍ତାଙ୍ଗ
ଚାନ୍ଦବାଲି : ଘରୋଇ କଳିରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ପତ୍ନୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି।
ଖବର ଅନୁଯାୟୀ ଚାନ୍ଦବାଲି ଅଞ୍ଚଳର ବାଘନଟା ଗାଁର ଜଣେ ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। ସୋମବାର ରାତିରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିବାରୁ ବିଳମ୍ୱିତ ରାତିରେ ସ୍ୱାମୀ ଠେଙ୍ଗାରେ ପତ୍ନୀକୁ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଥିଲା। ଏହା ପରେ ପତ୍ନୀ ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ଫଳରେ ଉଭୟ ପତି-ପତ୍ନୀ ଆହତ ହୋଇଥିଲେ। ପଡୋଶୀ ଏ ସମ୍ପର୍କରେ ଜାଣିବା ପରେ ଆମ୍ୱୁଲାନ୍ସ ଡାକି ଦୁହିଁଙ୍କୁ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ଖବର ପାଇ ନିଜ ଆଡ଼ୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି।



























