ଟିଏମସି ନେତାଙ୍କ ଝିଅ ଗିରଫ

କୋଲକାତା : ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସୁକନ୍ୟାଙ୍କୁ ଇଡି ଡକାଯାଇଥିଲା। ଦୀର୍ଘଘଣ୍ଟା ଜେରା ପରେ ଗିରଫ କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ସୁକନ୍ୟାଙ୍କ ବାପା ଅନୁବ୍ରତ ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଭାବେ କାମ କରୁଥିଲେ। ଗୋରୁ ଚୋରା ଚାଲାଣ ମାମଲାରେ ତାଙ୍କୁ ୨୦୨୨ ନଭେମ୍ବର ୧୭ରେ ଇଡି ଗିରଫ କରିଥିଲା। ସୁକନ୍ୟା ଏହି ମାମଲାରେ ଜଡ଼ିତ। ତାଙ୍କ ନାଁରେ ବିପୁଳ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଓ ଜମା ରହିଥିଲା। ଏହାର ସତ୍ୟାସତ୍ୟ ଜାଣିବାକୁ ଇଡି ଜେରା କରିବା ବେଳେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବା ଯୋଗୁ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ସୁକନ୍ୟା ଜଣେ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ।