ଫୁଲ କିମ୍ବା ସାଲ୍ ନୁହେଁ, ଶ୍ରଦ୍ଧାବ୍ୟକ୍ତ କରିବାକୁ ଚାହୁଁଥିଲେ ପୁସ୍ତକ ଦିଅନ୍ତୁ : ସିଦ୍ଦରମେୟା

ନୂଆଦିଲ୍ଲୀ : କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ନୂଆ ନିଷ୍ପତ୍ତି ନେଇଛନ୍ତି। ରବିବାର ଟୁଇଟ୍ କରି ସେ ଲେଖିଛନ୍ତି ସମ୍ମାନର ନିଦର୍ଶନସ୍ଵରୂପ ଲୋକେ ଦେଉଥିବା ଫୁଲ ଓ ସାଲ୍ ଗ୍ରହଣ କରିବି ନାହିଁ। ଏହା ପରିବର୍ତ୍ତେ ପୁସ୍ତକ ଦିଅନ୍ତୁ।
ସିଦ୍ଦରମେୟା ଉଲ୍ଲେଖ କରିଛନ୍ତି ଯେଉଁ ନିଷ୍ପତ୍ତି ନେଇଛି ତାହା ଉଭୟ ବ୍ୟକ୍ତିଗତ ଓ ସର୍ବସାଧାରଣ କାର୍ଯ୍ୟକ୍ରମ ପାଇଁ ପ୍ରଯୁଜ୍ୟ। ଉପହାର ଭାବେ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରିବାକୁ ଚାହୁଁଥିଲେ ଲୋକେ ମତେ ପୁସ୍ତକ ଦେଇପାରିବେ। ମୋ ପ୍ରତି ଆପଣମାନଙ୍କର ସ୍ନେହଶ୍ରଦ୍ଧା ସେମିତି ରହିଥାଉ ବୋଲି ସେ କହିଛନ୍ତି।
ସେହିପରି ତାଙ୍କ ପାଇଁ ଉଦ୍ଦିଷ୍ଟ ‘ଜିରୋ ଟ୍ରାଫିକ୍ ନିମୟ ମଧ୍ୟ ପ୍ରତ୍ୟାହାର କରି ନେବା ପାଇଁ ସେ ବେଙ୍ଗାଲୁରୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ଅସୁବିଧାରେ ପଡୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।