ଜମିବାଡ଼ି ବିବାଦ : ବଡ଼ଭାଇ-ଭାଉଜ ଓ ପୁତୁରାଝିଆରୀଙ୍କୁ ହତ୍ୟା କଲା ଦାଦା

ବରଗଡ଼ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ। ଗୋଟିଏ ପରିବାରର ୪ଜଣଙ୍କୁ ଶାବଳରେ ପିଟିପିଟି ହତ୍ୟା କରିଛି ଅଭିଯୁକ୍ତ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଝିକିଝିକି ଗାଁରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଝିକିଝିକି ଗାଁରେ ଦୁଇ ଭାଇଙ୍କ ଭିତରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଭାଗବଣ୍ଟାରେ ସାନଭାଇ ଶିବ ବାଗ ଅସନ୍ତୁଷ୍ଟ ଥିଲେ। ଗତକାଲି ସନ୍ଧ୍ୟାରେ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ରାତିରେ ସମସ୍ତେ ଶୋଇପଡିବା ପରେ ଶିବ ଏକ ଲୁହା ଶାବଳରେ ସମସ୍ତଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଶିବର ବଡ଼ଭାଇ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ ରହିଛନ୍ତି। ଆଜି ସକାଳେ ପୋଲିସ ୪ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଶିବ ବାଗକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Back to top button