କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଝିଅ ପରକଲା ୱାଙ୍ଗମୟୀଙ୍କ ବିବାହ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀଙ୍କର ବିବାହ ଗତକାଲି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଯାଇଛି।
ଖବର ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୌଣସି ବଡ଼ ରାଜନେତା କିମ୍ବା ଭିଭିଆଇପିଙ୍କୁ ଦେଖିବାକୁ ମିଳିଥିଲା। ହିନ୍ଦୁ ପରମ୍ପରା ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଛି। ଏଥିରେ କେବଳ ପରିବାର ସଦସ୍ୟ ଓ ସାଙ୍ଗସାଥୀ ଯୋଗଦେଇଥିଲେ। ନବଦମ୍ପତ୍ତି ଉଡୁପି ଅଦମାରୁ ମଠର ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପରକଲା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ଥିବାବେଳେ ପ୍ରତୀକ ଧଳା ରଙ୍ଗର ପଞ୍ଚା ଓ ଶାଲ୍ ପକାଇଥିଲେ। ଆଉ ନିର୍ମଳା ସୀତାରମଣ ଏକ ମୋଲକଲମୁରୁ ଶାଢ଼ୀ ପିନ୍ଧିଥିଲେ। ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଜାତୀୟ ଖବରକାଗଜରେ କାମ କରିଥିବା ବେଳେ ଦିଲ୍ଲୀ ୟୁନିଭର୍ସିଟିରେ ଇଂରାଜୀରେ ମାଷ୍ଟର ଡିଗ୍ରୀ କରିଛନ୍ତି।