ମ୍ୟାଟ୍ରିକିରେ କସିର୍‍ ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୧୮ ।୫: ଓଡିଶ଼। ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ)କୁ ଶତ ପ୍ରତିଶତ ସଫଳତା ମିଳିଛି। କସର ମୋଟ ୧୮୮୦ ଛାତ୍ରଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‍ ପରୀକ୍ଷା ଦେଇଥିବା ବେଳେ ୪୫ ପ୍ରତିଶତ ଛାତଛ୍ର।ତ୍ରୀ ପ୍ରଥମ ଶ୍ରେଣୀ ଓ ୫୫ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‍ କରିଛନ୍ତି।

ଚଳିତବର୍ଷ ରାଜ୍ୟ ଫଳାଫଳ ୯୬.୪ ପ୍ରତିଶତ ହୋଇଥିବା କିସ୍‌ର ପାସ୍ ହାର ଶତ ପ୍ରତିଶତ ହୋଇଛି। କିସ୍‍ ଛାତ୍ର ମକରା ମୁର୍ମୁ (ମୟୂରଭଞ୍ଜ, ସାନ୍ତାଳ) ସର୍ବାଧିକ ୫୫୩ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି। ସେହିପରି ମୟୂରଭଞ୍ଜର ଦିନେଶ ହେମ୍ବ୍ରମ (ସାନ୍ତାଳ) ଓ ଝାଡ଼ଖଣ୍ଡରୁ ଆସି କିସରେ ପଢ଼ୁଥିବା ଡଜିଜି ଟୁଡୁ (ସାନ୍ତାଳ) ୯୦.୩୩ ପ୍ରତିଶତ ଅର୍ଥାତ ୫୪୨ ନମ୍ବର ରଖିଥିବା ବେଳେ ସୁନ୍ଦରଗଡ଼ର ନମିତା ଓରାମ୍‍ (ଓରାଂ) ଓ କେନ୍ଦୁଝରର ରଶ୍ମିତା ସ୍ୱାଂସି (ସାନ୍ତାଳ) ୯୦ ପ୍ରତିଶତ ଅର୍ଥାତ ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କିସ୍‍ର ଫଳାଫଳ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍‍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମୟକୁ ସମୟ ମାର୍ଗଦର୍ଶନ ଓ ଛାତଛ୍ର ।ତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ସଫଳତା ଆଣିଦେଇଛି । ଏଥି ପାଇଁ ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button