ଦରଦାମ ବୃଦ୍ଧିର ପ୍ରତିବାଦ : ଯୋଗାଣ ମନ୍ତ୍ରୀଙ୍କ ଘରକୁ ଛାତ୍ର କଂଗ୍ରେସର ପରିବା ମାଡ଼

ଭୁବନେଶ୍ଵର : ଆଜି ରାଜଧାନୀ ଭୁବନେଶ୍ଵରରେ ଛାତ୍ର କଂଗ୍ରେସ ଦରଦାମ ବୃଦ୍ଧିର ପ୍ରତିବାଦ କରିଛି। ଏହାର କର୍ମକର୍ତ୍ତାମାନେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଉପରେ ଟମାଟୋ ଓ ପରିବା ମାଡ଼ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ଖବର ଅନୁଯାୟୀ ଏବେ ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍‌ସ ଓ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କା ଟପିଛି। ବାଇଗଣ, କାଙ୍କଡ଼, ଭେଣ୍ଡି ଆଦି ପରିବାର ଦର ମଧ୍ୟ ବହୁ ଅଧିକ ରହିଛି। କେବେଳ ଅମୃତଭଣ୍ଡା ଓ କଖାରୁକୁ ବାଦ୍‌ ଦେଲେ ଅନ୍ୟ ପରିବାର ପରିବା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ତେଣୁ ଦରଦାମ ନିୟନ୍ତ୍ରଣ ସହ ସବୁ ଜିଲ୍ଲା ଓ ବ୍ଲକରେ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି।

Leave a Reply

Your email address will not be published. Required fields are marked *

Back to top button