ପଡ଼ୋଶୀଙ୍କୁ ସୀମା ପଠାଇଲେ କାରଣ ଦର୍ଶାଅ ନୋଟିସ୍

ନୋଇଡା : ସଚିନ ମୀନାଙ୍କ ପ୍ରେମିକାରୁ ପତ୍ନୀ ସାଜିଥିବା ପାକିସ୍ତାନ ମହିଳା ସୀମା ହାଇଦର ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ସୀମା ହାଇଦରଙ୍କ ପଡ଼ୋଶୀ ମିଥିଲେଶ ଭାଟି ସଚିନଙ୍କୁ ‘ଲପ୍ପୁ’ ଓ ‘ଝିଙ୍ଗୁର’ ବୋଲି କହିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଦେଖିବା ପରେ ସୀମାଙ୍କ ଓକିଲ ଏପି ସିଂହ ପଡୋଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଥିଲେ। ଏବେ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଏଥିରେ ସଚିନଙ୍କୁ ସେଏପରି କାହିଁକି କହିଥିଲେ ବୋଲି ପ୍ରଶ୍ନ ପଚରାଯାଇଛି।
ଅନ୍ୟପକ୍ଷରେ ମିଥିଲେଶ ଭାଟି ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ମୁଁ କାହାକୁ ଅପମାନ କରିନାହିଁ। ମୋ ପାଟିରେ ଯାହା ଆସିଲା ମୁଁ କହିଲି। ଆମ ଅଞ୍ଚଳରେ ‘ଲପ୍ପୁ’ ଓ ‘ଝିଙ୍ଗୁର’ ଶବ୍ଦଗୁଡ଼ିକ ଅତି ସାଧାରଣ। ଅଧିକ ପତଳା ଲୋକଙ୍କୁ ଆମେ ଏହି ନାମରେ ଡାକିଥାଉ।