ପାର୍ଲରରେ ମହିଳାଙ୍କୁ ଛୁରାମାଡ଼

କଟକ : ଦୋଳମୁଣ୍ଡାଇ ଛକରେ ଏକ ପାର୍ଲର ଭିତରେ ମହିଳାଙ୍କୁ ଛୁରାମାଡ଼ କରାଯାଇଛି। ଜଣେ ଯୁବକ ଏପରି ଘଟାଇ ଫେରାର ହୋଇଯାଇଥିବା ବେଳେ ଆହତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ ଆହତ ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ଘର କଟକ ପୁରୀଘାଟ ଅଞ୍ଚଳରେ। ସେ ଦୀର୍ଘବର୍ଷ ହେବ ଦୋଳମୁଣ୍ଡାଇ ଛକରେ ଥିବା ପାର୍ଲରରେ କାମ କରୁଛନ୍ତି। ଆକ୍ରମଣର କାରଣ ଜଣାପଡ଼ିନାହିଁ। ପୁରୀଘାଟ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।