୩୦ ପରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ୩୦ ଅକ୍ଟୋବର କେତୁ କନ୍ୟାକୁ ଚଳନ କରିବେ। ଏବେ ତୁଳା ରାଶିରେ କେତୁ ଓ ମଙ୍ଗଳ ଗ୍ରହର ଏକ ସଂଯୋଗ ରହିଛି। ଏହି ସଂଯୋଗ ଅନେକ ରାଶିର ଲକ୍ଷଣ ପାଇଁ ଯନ୍ତ୍ରଣାଦାୟକ ପ୍ରମାଣିତ କରୁଛି। କେତୁ କନ୍ୟାକୁ ଯିବାପରେ ମଙ୍ଗଳ-କେତୁ ସଂଯୋଗ ସମାପ୍ତ ହେବ। ଫଳରେ ମାତା ଲକ୍ଷ୍ମୀ ଦୀପାବଳି ପୂର୍ବରୁ ୫ଟି ରାଶିର ବ୍ୟକ୍ତିଙ୍କ ଉପରେ କୃପା ବୃଷ୍ଟି କରିବେ।
ମେଷ : ମଙ୍ଗଳ ଓ କେତୁ ସଂଯୋଗ ସମାପ୍ତି ପରେ ମେଷ ରାଶିର ବ୍ୟକ୍ତିମାନେ ଉପକୃତ ହେବେ। କ୍ୟାରିଅରରେ ଅଗ୍ରଗତି ଓ ଆର୍ଥିକ କ୍ଷେତ୍ରରେ ଲାଭ ହେବ। ବିନିଯୋଗ ଯୋଜନା ସଫଳ ହେବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାର ସୁଯୋଗ ମିଳିପାରେ।
ବୃଷ : ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ। ଜୀବନରେ ସକରାତ୍ମକତା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ମିଳିବ ଲାଭ। ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହେବା ସହିତ ଅର୍ଥ ସଞ୍ଚୟ କରିବାରେ ସଫଳ ହେବ। ଚାକିରିରେ ଚାହୁଁଥିବା ପଦ ମିଳିବ।
ମିଥୁନ : ଦୀପାବଳି କ୍ୟାରିୟରରେ ଉନ୍ନତି ହେବ ସହିତ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ନିବେଶ ଉପରେ ଭଲ ଆୟ ପାଇପାରନ୍ତି।
ତୁଳା : ନୂତନ ପ୍ରଗତିର ରାସ୍ତା ଖୋଲିବ। ନୂତନ ଚାକିରି, ଉଚ୍ଚ ପଦବୀ ଓ ପ୍ରତିଷ୍ଠା ମିଳିବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବ। ପୁରୁଣା ରୋଗରୁ ମୁକ୍ତି ମିଳିବ।