ସୀମା-ସଚିନଙ୍କ ପ୍ରେମକାହାଣୀକୁ ନେଇ ସିନେମା ‘କରାଚିଠୁ ନୋଏଡ଼ା’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡାରେ ରହୁଥିବା ଯୁବକ ସଚିନଙ୍କ ପ୍ରେମରେ ପଡି ପାକିସ୍ତାନରୁ ଭାରତ ପଳାଇ ଆସିଥିବା ସୀମା ହାଇଦରଙ୍କ କାହାଣୀକୁ ନେଇ ସିନେମା ‘କରାଚି ଟୁ ନୋଏଡା’ର ଟ୍ରେଲର ରିଲିଜ ହୋଇଛି। ୩ ମିନିଟ୍ ଟ୍ରେଲରରେ ରହିଛି ଦମଦାର ଡାଇଲଗ। ଏହି ସିନେମାରେ ସୀମା ହାଇଦରଙ୍କ ବ୍ୟତିତ ସୀମାଙ୍କ ସ୍ୱାମୀ ସଚିନ୍ ମିନା, ସୀମାଙ୍କ ପାକିସ୍ତାନ ପତି ଗୁଲାମ ହାଇଦରଙ୍କ ଚରିତ୍ରରେ ନୂଆ କଳାକାର ଅଭିନୟ କରିଛନ୍ତି।
ଖବର ଅନୁଯାୟୀ ଫିଲ୍ମରେ ସୀମାଙ୍କୁ ‘ର’ ଏଜେଂଟ ଭାବେ ଦର୍ଶାଯାଇଛି। ସୀମାଙ୍କ ଭୂମିକାରେ ଫରହିନ୍ ଫାଲର ନଜର ଆସିଥିବା ବେଳେ ସଚିନଙ୍କ ଭୂମିକାରେ ଅଭିନୟ କରିଛନ୍ତି ଆଦିତ୍ୟ ରାଘବ। ସେହିପରି ଟ୍ରେଲରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଲାଲୁ ଯାଦବଙ୍କ ଭଳି ଚରିତ୍ର ରହିଛନ୍ତି। ଜୟନ୍ତ ସିହ୍ନା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ଅମିତ ଜାନି ଓ ଭାରତୀ ସିଂ ଏହାର ପ୍ରଯୋଜନା କରିଛନ୍ତି।