୬ରୁ ଭୁବନେଶ୍ୱର-ଜୟପୁରକୁ ବିମାନ ସେବା
ଭୁବନେଶ୍ୱର : ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଆରମ୍ଭ ହେବ ଦ୍ୱିତୀୟ ବିମାନ ସେବା। ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ।
ଖବର ଅନୁଯାୟୀ ଇଣ୍ଡିଆ ୱାନ୍ ଏୟାର ବିମାନ ଭୁବନେଶ୍ୱରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱରରେ ୧୦ଟା ୩୫ରେ ପହଞ୍ଚିବାକୁ ସ୍ଥିରିକୃତୀ ହୋଇଛି। ସୂଚନାଯୋଗ୍ୟ ଗତବର୍ଷ ଆକ୍ଟୋବର ୩୧ରେ ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।