ଅମିଶା ଖାଇଥିଲେ ଚପଲ ମାଡ

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ଅଭିନୀତ ଆଗାମୀ ଫିଲ୍ମ ଚଳଚ୍ଚିତ୍ର ଗଦର-୨ ରିଲିଜ ହେବାକୁ ଯାଉଛି। ସିନେପ୍ରେମୀ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ପ୍ରେକ୍ଷାଳୟରେ ଟିକେଟ୍ ପ୍ରି-ବୁକିଂ ଆରମ୍ଭ ହୋଇଛି।

ଖବର ଅନୁଯାୟୀ ଅମିଶା ପଟେଲ କ୍ୟାରିୟର ଆରମ୍ଭରେ ଦୁଇଟି ବଡ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଲେ। ପ୍ରଥମ ହ୍ରିତିକ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର’ ଓ ଦ୍ୱିତୀୟ ଚଳଚ୍ଚିତ୍ରଟି ‘ଗଦର’। ଏହି ଦୁଇଟି ଫିଲ୍ମ ହିଟ୍ ପରେ ଅମିଶାଙ୍କ କ୍ୟାରିଅର୍ ନିମ୍ନଗାମୀ ହୋଇଥିଲା।

କୁହାଯାଏ କ୍ୟାରିୟରର ଆରମ୍ଭରୁ ଅମିଶା ତାଙ୍କ ପିତାମାତାଙ୍କ ସହ ଝଗଡା କରିଥିଲେ। ସେମାନେ ତାଙ୍କର ୧୨ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ଉଠିଥିଲା। ପ୍ରଥମ ଦୁଇଟି ଚଳଚ୍ଚିତ୍ରର ଅଦ୍ଭୁତପୂର୍ବ ସଫଳତା ପରେ ଅମିଶା ପଟେଲଙ୍କ ଘର କଳି ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ମାମଲା ମାମଲା କୋର୍ଟରେ ପହଞ୍ଚିଥିଲା। ଅମିଷା ସର୍ବସାଧାରଣରେ କହିଥିଲେ ପିତାମାତା ରୋଜଗାରର ଅପବ୍ୟବହାର କରିଛନ୍ତି। ଏହାକୁ ବିରୋଧ କରିବାରୁ ତାଙ୍କୁ ଚପଲ ମାଡ ଖାଇଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ଘନିଷ୍ଠତା ହେତୁ ଏପରି ଭୋଗିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *

Back to top button