ସୁସ୍ମିତା ଦେବ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଇଥିବା ଆସିଥିବା ସୁସ୍ମିତା ଦେବ ଆଜି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ଛାଡ଼ିବା ତାଙ୍କ ବିରୋଧରେ କୌଣସି ରାଜନୀତିକ ଦଳ ପ୍ରାର୍ଥୀ ଦେଇ ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ଆସାମ ଅନ୍ତର୍ଗତ ସିଲଚରର ପୂର୍ବତନ ସାଂସଦ ସୁସ୍ମିତା ଦେବ ଥିଲେ କଂଗ୍ରେସର ମହିଳା ମୋର୍ଚ୍ଚାର ମୁଖ୍ୟ। ଚଳିତବର୍ଷ ଅଗଷ୍ଟରେ ସେ ଦଳଛାଡି ଟିଏମସିରେ ମିଶିଥିଲେ। ଏହାର ମାସକ ମଧ୍ୟରେ ଟିଏମସି ତାଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଥିଲା। ପଶ୍ଚିମବଙ୍ଗ ବ୍ୟତୀତ ଟିଏମସି ସୁସ୍ମିତାଙ୍କ ଜରିଆରେ ତ୍ରିପୁରାକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଏବେ ସୁସ୍ମିତା ଅଗରତାଲାରେ ଟିଏମସି ପାଇଁ ପ୍ରଚାର କରୁଛନ୍ତି। ଆସନ୍ତାବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଟିଏମସି ସେଠାରେ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ବେଳେ ସେ ସିଲଚାରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button