୪୦ କୋଟି ଠକେଇ : ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଗିରଫ

ଭୁବନେଶ୍ଵର : ୪୦ କୋଟି ଠକିବା ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନର ସହଯୋଗୀ ଲକ୍ଷ୍ମଣ ମାଢ଼ିକୁ ଗିରଫ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ କରିଛି। ଲକ୍ଷ୍ମଣ ରେଭେନ୍ସା କଲେଜର ଛାତ୍ର ବୋଲି ଜଣାପଡ଼ିଛି। କାହ୍ନୁ ସହ ଲକ୍ଷ୍ମଣର ଆକାଉଣ୍ଟରୁ ୬୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଏସଟିଏଫକୁ ସୂଚନା ମିଳିଛି।

ଖବର ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ କାହ୍ନୁ ନିଜକୁ ଆରଟିଆଇ ଅଧିକାରୀ କହି ଲୋକଙ୍କୁ ଠକୁଥିଲା। ଠକେଇରେ ରୋଜଗାର ଟଙ୍କା ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରେ ରଖୁଥିବାର ପ୍ରମାଣ ମିଳିଛି। କେବଳ ଏତିକି ନୁହେଁ କାହ୍ନୁ ଫୋନ୍ ରେ ସଚିବ ଓ ଅତିରିକ୍ତ ସଚିବଙ୍କ ନମ୍ବର ଟ୍ରୁ କଲରରେ ସେଭ୍ କରୁଥିଲା। ଟ୍ରାନସଫର୍, ପୋଷ୍ଟିଂ, ମଦ ଲାଇସେନ୍ସ ଓ କ୍ରସର ଲାଇସେନ୍ସ କରାଇ ଦେବ କହି ଲୋକଙ୍କୁ ଠକୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button