ଲଖିମପୁର ଖେରି ଅଭିମୁଖେ ରାହୁଲ ଓ ଭଉଣୀ ପ୍ରିୟଙ୍କା

ଲକ୍ଷ୍ନୌ : ଲଖିମପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଛନ୍ତି। ଭଉଣୀ ପ୍ରିୟଙ୍କାଙ୍କୁ ଧରି ସୀତାପୁରରୁ ଲଖିମପୁର ଅଭିମୁଖେ ଉଭୟ ଯାତ୍ରା କରିଛନ୍ତି।

ଖବର ଅନୁଯାୟୀ ସୋମବାର ଲଖିମପୁରକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସୀତାପୁର ପିଏସି ଗେଷ୍ଟ ହାଉସରେ ରଖାଯାଇଥିଲା। ବୁଧବାର ସୀତାପୁରର ଅସ୍ଥାୟୀ ଜେଲରୁ ତାଙ୍କୁ ଛଡାଯାଇଛି। ଲଖିମପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ପ୍ରଥମେ ମୃତ ସାମ୍ବାଦିକ ରମଣ କଶ୍ୟପଙ୍କ ଘରେ ପହଞ୍ଚିବେ। ପୂର୍ବରୁ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ପ୍ରିୟଙ୍କା ସମବେଦନା ଜଣାଇଥିଲେ। ରମଣଙ୍କୁ ନ୍ୟାୟ ଦେବାକୁ ଲଢେଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ରମଣଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ଘରକୁ ଯିବା ସହ ସମବେଦନା ଜଣାଇବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ରାହୁଲ ଗାନ୍ଧୀ ଲଖିମପୁର ଯିବାକୁ ବାହାରିଥିବା ବେଳେ ତାଙ୍କୁ ଅଟକାଯାଇଥିଲା। ବିମାନବନ୍ଦରରେ ତାଙ୍କୁ ପ୍ରଶାସନ ପକ୍ଷରୁ ଯେଉଁ ଗାଡିର ବ୍ୟବସ୍ଥା ହୋଇଥିଲା ସେଥିରେ ଯିବାକୁ କୁହାଯାଇଥିଲା। କିନ୍ତୁ ନିଜ ଗାଡିରେ ଯିବାକୁ ରାହୁଲ କହିବା ସହ ବିମାନବନ୍ଦରରେ ଧାରଣାରେ ବସିଥିଲେ। ଏହାର କିଛି ସମୟ ପରେ ପ୍ରଶାସନ ତରଫରୁ ନିଜ ଗାଡିରେ ଯିବାକୁ ରାହୁଲଙ୍କୁ ଅନୁମତି ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button