ପୁଅକୁ ଗୁଳିକରି ବାପା ଫେରାର୍

କଟକ : କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ ଅଭାବନୀୟ ଘଟଣା। ପୁଅ ଶିବ ମୁଣ୍ଡାକୁ ଗୁଳି କରିବା ପରେ ବାପା ଯଦୁମଣି ଫେରାର୍ ହୋଇଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ବେଣ୍ଟୁଆ ଗାଁର ଯଦୁମଣି ମୁଣ୍ଡା ତାଙ୍କ ପୁଅ ଶିବ ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା। ବାପା ଯଦୁମଣି ଉତକ୍ଷୀପ୍ତ ହୋଇ ପୁଅ ଉପରକୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଶିବର ମୃତ୍ୟୁ ହୋଇଛି।ଏହି ଘଟଣା ଘଟାଇ ଯଦମୁଣି ଫେରାର୍ ହୋଇଯାଇଛି। ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ଯଦୁମଣି ପୁଅକୁ ହତ୍ୟାକଲା ତାହା ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button