ରାଜା ଖାନ୍‌ ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ

ଭୁବନେଶ୍ଵର : ଉତ୍ତର ପ୍ରଦେଶର ଉମେଶ ପାଲ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଗୁଡୁ ମୁସଲିମ ଡ୍ରାଇଭରର ସହଯୋଗୀ ରାଜା ଖାନ୍‌ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଶନିବାର ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଗୁଡୁ ମୁସଲିମ ପୁରୀ ଓ ବରଗଡ଼ ଆସି ଲୁଚିଥିବା ଉତ୍ତର ପ୍ରଦେଶ ଏସଟିଏଫ୍ ଜାଣିପାରିଲା। ଓଡ଼ିଶା ପୋଲିସ ଓ ଗୁଇନ୍ଦା ବିଭାଗ ପାଖରେ ଖବର ନଥିଲା ଏମିତି ? ପୋଲିସ ଓ ଗୁଇନ୍ଦା ଫେଲ୍ ମାରିବା ଯୋଗୁ ଅପରାଧୀମାନେ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ମନେକରି ଏଠାକୁ ଆସୁଛନ୍ତି। ଯାହାଫଳରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଦେଶରେ ସର୍ବାଧିକ ଦୁଷ୍କର୍ମ, ହତ୍ୟା ଓ ଅପହରଣ ଏହିଠାରେ ହେଉଛି।

ସୂଚନାଯୋଗ୍ୟ ଜାତୀୟ ଗଣମାଧ୍ୟମରେ ଖବର ଅନୁଯାୟୀ ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମର ଶେଷ ଠିକଣା କିଛିଦିନ ତଳେ ପୁରୀ ଥିଲା। ପରେ ଜଣାପଡ଼ିଥିଲା ଗୁଡୁର ଡ୍ରାଇଭର ବରଗଡ଼ ଜିଲ୍ଲା ଭଟଲିର ରାଜା ଖାନ୍‌ଙ୍କ ପାଖରେ ଲୁଚି ରହିଥିଲା। ମୋବାଇଲ୍ ଟ୍ରାକିଂରୁ ୟୁପିର ଏସ୍‌ଟିଏଫ୍‌ ଏହା ଜାଣିପାରିଥିଲା। ତେଣୁ ଗତ ୧୮ ତାରିଖରେ ୟୁପିର ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ବରଗଡ଼ ଆସିଥିଲେ। ୧୮ ଓ ୧୯ ତାରିଖ ଦୁଇଦିନ ବରଗଡ଼ରେ ରହି ରାଜା ଖାନ୍‌କୁ ପଚରାଉଚରା କରି ଫେରି ଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button