ରାଜଧାନୀରେ ଲୁଟୁଛନ୍ତି ଜିନ୍ସ ଓ ଜ୍ୟାକେଟ୍ ପିନ୍ଧା ଚୋର
ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଜିନ୍ସ ଓ ଜ୍ୟାକେଟ୍ ପିନ୍ଧା ଚୋର ଚିନ୍ତା ବଢାଇଛନ୍ତି। ଦୁଇମାସ ଭିତରେ ୧୫ ଆପଣ୍ଟମେଣ୍ଟ ଓ ୩୧ଟି ଘରେ ଚୋରି ହୋଇଥିବା ବେଳେ ଗତକାଲି ମଞ୍ଚେଶ୍ୱର ରେଲୱେ କଲୋନୀର ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଛନ୍ତି। ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଖବର ଅନୁଯାୟୀ ମଞ୍ଚେଶ୍ୱର ରେଲୱେ କଲୋନୀରର ବି-୧୫/୨ କ୍ୱାର୍ଟର୍ସରେ ରହୁଛନ୍ତି ରଞ୍ଜନ କୁମାର ସିଂହ। ତାଙ୍କ ପରିବାର ଘରେ ନଥିବାର ସୁଯୋଗରେ ୩ ଜଣ ଜିନ୍ସ ଓ ଜ୍ୟାକେଟ୍ ପିନ୍ଧା ଚୋର ଗତକାଲି ରାତିରେ ଘରେ ପଶି ସୁନା ଅଳଙ୍କାର ସହିତ ୨୮ ହଜାର ଟଙ୍କା ଲୁଟି ନେଇଛନ୍ତି। ରଞ୍ଜନଙ୍କ ଘରେ ଲାଗିଥିବା ସିସିଟିଭିରେ ଚୋରମାନଙ୍କ କାରନାମାର ଦୃଶ୍ୟ କଏଦ ହୋଇଛି। ରଞ୍ଜନ ମଞ୍ଚେଶ୍ୱର ଥାନାରେ ଘରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।