ପାକିସ୍ତାନୀ ପ୍ରେମିକକୁ ବିବାହ ପରେ ଅଞ୍ଜୁକୁ ମିଳିଲା ୪୦ ଲକ୍ଷର ଫ୍ଲାଟ୍ ଉପହାର

ନୂଆଦିଲ୍ଲୀ : ପାକିସ୍ତାନୀ ପ୍ରେମିକକୁ ପାଇବା ପାଇଁ ଭାରତ ଛାଡିଥିବା ରାଜସ୍ଥାନର ଅଞ୍ଜୁ ଏବେ ପାକିସ୍ତାନରେ। ସେଠାରେ ଧର୍ମ ପରିବର୍ତ୍ତନ କରି ମୁସଲିମ୍ ପରମ୍ପରା ଅନୁଯାୟୀ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଏଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କାର ଫ୍ଲାଟ୍ ।
ଖବର ଅନୁଯାୟୀ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ପରେ ଏବେ ତାଙ୍କ ନୂଆ ନାଁ ହେଇଛି ଫାତିମା। ପାକିସ୍ତାନର ଜଣେ ବଡ ବିଜନେସମ୍ୟାନ୍ ଅଞ୍ଜୁକୁ ୪୦ ଲକ୍ଷ ଟଙ୍କାର ଫ୍ଲାଟ୍ ଉପହାର ଦେଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଇସଲାମ ଧର୍ମ ଗ୍ରହଣ କଲେ ବୋଲି ଇସ୍ଲାମାବାଦର ବ୍ୟବସାୟୀ ଅଜୁଙ୍କୁ ୫୦ ଲକ୍ଷର ଚେକ୍ ଦେଇଥିବା ବେଳେଏହି ବ୍ୟବସାୟୀ ଜଣକ କିଏ ତାହାର କୌଣସି ସୂଚନା ମିଳିପାରିନି। ସେହିପରି କେଉଁ ଅଞ୍ଚଳରେ ଅଞ୍ଜୁକୁ ସେ ଫ୍ଲାଟ୍ ଗିଫ୍ଟ କରିଛନ୍ତି ତାହା ସ୍ପଷ୍ଟ ହେଇନି।
ସୂଚନାଯୋଗ୍ୟ କିଛିଦିନ ତଳେ ଅଞ୍ଜୁଙ୍କର ବୁର୍ଖା ପିନ୍ଧିଥିବା ଏକ ଭିଡିଓ ଦେଖିବାକୁ ମିଳିଥିଲା। ୩୪ ବର୍ଷୀୟ ଅଞ୍ଜୁଙ୍କ ମୂଳ ଘର ଉତ୍ତରପ୍ରଦେଶରେ। ବିବାହ ପରେ ସେ ରାଜସ୍ଥାନ ଚାଲିଯାଇଥିଲେ। ଆଉ ଏବେ ପ୍ରେମିକ ପାଇଁ ଭାରତ ଛାଡି ପାକିସ୍ତାନ ଯାଇଛନ୍ତି।