ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ପରେ ଏଏସଆଇ ନିଲମ୍ବିତ

ବାରିପଦା : ବିଶୋଇ ଥାନା ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବିତ। ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ପରେ ମୟୂରଭଞ୍ଜ ଏସ୍ପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଖବର ଅନୁଯାୟୀ କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଏଏସ୍ଆଇ ଅବଦୁଲ ମତଲବୀ ଖାନ ଲାଞ୍ଚ ନେଇଥିଲେ। ସେହି ସମୟର ମୋବାଇଲ ଫୋନ୍ରେ ଉତ୍ତୋଳନ ଭିଡିଓ ଭାଇରାଲ ହୋଇଥିଲା। ମୟୁରଭଞ୍ଜ ଏସପି ଏଏସ୍ଆଇଙ୍କୁ ନିଲମ୍ବିତ କରିବା ପରେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୟୁରଭଞ୍ଜ ଏସପି କହିଛନ୍ତି।