ଭଦ୍ରକରେ ପ୍ରବଳ ବର୍ଷା : ସ୍କୁଲ୍ ଓ ମନ୍ଦିରରେ ପାଣି ପଶିଲା

ଭଦ୍ରକ : ଭଦ୍ରକରେ ପ୍ରବଳ ବର୍ଷା। ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସ୍କୁଲ ଓ ମନ୍ଦିରରେ ବର୍ଷା ପାଣି ପଶିଛି। ସହରରେ ପାଣି ନିଷ୍କାସନ ହୋଇନପାରିବାରୁ ରାସ୍ତାଘାଟ ଜଳମଗ୍ନ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ରାତିରୁ ଭଦ୍ରକରେ ଲାଗି ରହିଛି ବର୍ଷା। ଶନିବାର ସକାଳୁଆ ସ୍କୁଲ୍ ଥିବାରୁ କ୍ଲାସ ଚାଲିଥିବା ବେଳେ କେତେକ ସ୍କୁଲରେ ବର୍ଷା ପାଣି ପଶିଛି। ବାବା ଲୋକନାଥ ମନ୍ଦିର ଓ ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ଭିତରେ ପଶିଛି ବର୍ଷା ପାଣି। ଗାନ୍ଧୀ ପଡିଆ, ନେହେରୁ ଷ୍ଟାଡିୟମ୍‌, ଭଦ୍ରକ କଲେଜ ପଡିଆ, ଚରମ୍ପା ଆର ସି ବିଏଲ୍ ହାଇସ୍କୁଲ ପଡ଼ିଆ ହୋଇଛି ଜଳମୟ। ଭଦ୍ରକ ସହରତଳି ଆରଡ଼ି ଛକ, ଗେଲପୁର, ସନରାଇପୁର, କଲ୍ୟାଣୀ ନଗର, ମହତାବ ନଗର, ବିଜୁପଟ୍ଟନାୟକ ନଗର ଓ ପୁରୁଣା ବଜାର ଆଦି ଅଞ୍ଚଳରେ ବର୍ଷା ପାଣି ଜମି ରହିଛି।

Leave a Reply

Your email address will not be published. Required fields are marked *

Back to top button