ନୂଆଦିଲ୍ଲୀ : ସଦ୍ୟତମ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ମିଳିଛି ସଫଳତା। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନି। ସେଥିପାଇଁ ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। କିଏ ହେବ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକଙ୍କ ନିଷ୍ପତ୍ତି ପରେ ଜଣାପଡିବ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଦଳର ସାଧାରଣ ସମ୍ପାଦକ ବିନୋଦ ତାୱେଡ ଓ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନ ପଠାଯାଇଛି।
ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଦୁଇ ବରିଷ୍ଠ ନେତା କେ. ଲକ୍ଷ୍ମଣ ଓ ଆଶା ଲାକ୍ରାଙ୍କୁ ମଧ୍ୟପ୍ରଦେଶ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି।