ବଡମ୍ବାରେ ବିଜେପିର ଜନ ଆକ୍ରୋଶ ସମାବେଶ

କଟକ : ଓଡ଼ିଶାରେ ୨୩ବର୍ଷର ବିଜେଡି ଶାସନରେ ରାଜ୍ୟର ସଠିକ୍ ବିକାଶ ହୋଇପାରିଲା ନାହିଁ। କୃଷକ, ଯୁବକ, ଛାତ୍ରଛାତ୍ରୀ, ଶିକ୍ଷକମାନେ କେହି ଶାନ୍ତିରେ ନାହାନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ। ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ।ଏବେ ଲୋକେ ସରକାର ପରିବର୍ତ୍ତର୍ତନ କରିବେ ବୋଲି ସଂକଳ୍ପ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।
ଖବର ଅନୁଯାୟୀ କଟକ ଜିଲ୍ଲା ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କୃଷିଭିତ୍ତିକ ଶିଳ୍ପ ‘ଚିନି କଳ’ ନିଲାମ ପ୍ରତିବାଦରେ ବିଶାଳ ଜନଆକ୍ରୋଶ ସମାବେଶ କଲେଜ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ସେଠାରେ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ଦଳବେହେରା, ବିଭୂଦତ ପଟ୍ଟନାୟକ, ମନୋଜ ପଣ୍ଡା, ସନ୍ତୋଷ ବେହେରା ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।