ଏମାନେ ଘରକୁ ପ୍ରବେଶ ଅଶୁଭ

କୁହାଯାଏ ପଶୁ ପାଳିବା ଦ୍ୱାରା ମନୁଷ୍ୟର ପାପ କ୍ଷୟ ହୁଏ। କିନ୍ତୁ କିଛି ପଶୁ ଘରକୁ ଆସିଲେ ଅନିଷ୍ଟ ହୁଏ। ଏପରିକି ନକରାତ୍ମକ ପ୍ରଭାବ ପଡିବା ସହିତ ଦାରିଦ୍ର୍ୟତା ବୃଦ୍ଧି ପାଏ।

କୁକୁର – ଘରେ କୁକୁର ପାଳିବା ଭଲ। ପରିଷ୍କାର କୁକୁର ସର୍ବଦା ସକାରାତ୍ମକତା ନେଇ ଚାଲିଥାଏ। ଅପରିଷ୍କାର କୁକୁର ପାଇଁ ନକରାତ୍ମକ ପ୍ରଭାବ ପଡେ। ଅପରିଷ୍କାର କୁକୁର ଘରକୁ ପ୍ରବେଶ କଲେ ଦାରିଦ୍ର୍ୟତା ଆସିଥାଏ ବୋଲି କୁହାଯାଏ। ପୂଜା କରିବା ସମୟରେ ଅପରିଷ୍କାର କୁକୁର ଘର ମଧ୍ୟକୁ ପ୍ରବେଶ କଲେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଲାଗିଥାଏ ରାହୁ କେତୁ ଦୋଷ। ତେଣୁ ତୁରନ୍ତ କୁକୁରକୁ ଘଉଡ଼ାଇ ଗଙ୍ଗା ଜଳରେ ଘରକୁ ପବିତ୍ର କରନ୍ତୁ। ନଚେତ ଘରକୁ ଦାରିଦ୍ର୍ୟତା ମାଡ଼ି ଆସିବ।

ବାଦୁଡ଼ି – ଏହା ଏକ ନକରାତ୍ମକ ଜୀବ। ଗୃହକୁ ପ୍ରବେଶ କରିବା ମାତ୍ରେ ଘରକୁ ନକରାତ୍ମକ ଶକ୍ତି ଆସିଥାଏ। ବାଦୁଡ଼ି ଘରକୁ ଆସିଲେ ଧନ ହାନୀ ଆରମ୍ଭ ହୋଇଯାଏ। ମାତା ଲକ୍ଷ୍ମୀ ଘର ଛାଡ଼ି ଦିଅନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ। ଯଦି ଏହି ଜୀବ ଘରେ ବାସ କରନ୍ତି। ଅକାଳ ମୃତ୍ୟୁକୁ ସାଥିରେ ନେଇ ଆସିଥାଏ। ପରିବାରକୁ ନଷ୍ଟ କରିଦିଏ। ଏହି ଜୀବକୁ ତୁରନ୍ତ ଘରୁ ହଟାଇବା ଉଚିତ।

ବିରାଡ଼ି – ହିନ୍ଦୁ ଧର୍ମ ଅନୁଯାୟୀ ଘରେ ବିଲେଇ ପାଳିବା ଅଶୁଭ। ବିଲେଇ ଘରକୁ ରାହୁ କେତୁକୁ ନେଇ ଆସିଥାଏ। ଯାହାକି ଶାସ୍ତ୍ର ଅନୁଯାୟୀ ଶୁଭନୁହେଁ। ବିଲେଇର ପାଦ ଧୂଳି ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ କିଛି ସମୟ ପାଇଁ ନକରାତ୍ମକତା ରହିଥାଏ। ବିଲେଇ କାନ୍ଦିବା ମୃତ୍ୟୁର ସଙ୍କେତ ହୋଇଥାଏ। ଘରେ ବାରମ୍ବାର ବିଲେଇ କ୍ଷୀର ପିଇବା ଆଦୋୖ ଶୁଭ ନୁହେଁ। ବିଲେଇ ଝଗଡ଼ା କଲେ ପରିବାରରେ ଅଶାନ୍ତି ଦେଖା ଦେଇଥାଏ।

ଘୁଷୁରୀ – ଯଦି ହଠାତ ଘରକୁ ଘୁଷୁରୀ ଆସିଯାଏ ତେବେ ତାହା ଅଶୁଭ ସଙ୍କେତ। ଧନ ହାନୀ ହୋଇଥାଏ। ଘରକୁ ଘୁଷୁରୀ ଆସିଥିଲେ ତାହାକୁ ତଡ଼ି ଦେଇ ଘରକୁ ଗଙ୍ଗା ଜଳରେ ପବିତ୍ର କରିବା ଉଚିତ। ନଚେତ ମାନ ସମ୍ମାନ ହାନୀ ସହିତ ସୁଖ ସମୃଦ୍ଧି ଉପରେ ପ୍ରଭାବ ପଡ଼ିବ। ଏହାକୁ ଅଣଦେଖା କରିବା ଅନୁଚିତ।

ଝିଟିପିଟି – ଘର ସଫା କରିବା ବେଳେ ବିଛା, ମୂଷା, ଏଣ୍ଡୁଅ ଓ ଝିଟିପିଟି ବାହାରି ଆସନ୍ତି। ହଠାତ ଝିଟିପିଟି ବାହାରି ଆସିବା ଅତ୍ୟନ୍ତ ଅଶୁଭ। ଘରକୁ ଅଧିକ ମାତ୍ରାରେ ମୂଷା ଆସିଲେ ତାହା କୌଣସି ବଡ଼ ରୋଗ ସମ୍ପର୍କରେ ସୂଚନା ଦେଇଥାଏ। ସେହିଭଳି ଘରକୁ ଏଣ୍ଡୁଅ ଆସିବା ମଧ୍ୟ ଅଶୁଭ ହୋଇଥାଏ।

ସାପ – ଘରକୁ ସାପ ଆସିବା ଶୁଭ ନୁହେଁ। ଏହାଦ୍ଵାରା କୌଣସି ଏକ ବଡ଼ ସମସ୍ୟା ଆସିବାର ଇଙ୍ଗିତ ମିଳିଥାଏ। ଏଥିସହିତ ଘରେ ଝଗଡ଼ା ମଧ୍ୟ ହୋଇଥାଏ। ତେଣୁ ସାପକୁ ନମାରି କେବଳ ଘରୁ ବାହାର କରି ଦିଅନ୍ତୁ।

ପିମ୍ପୁଡ଼ି – ଘରକୁ ନାଲି ପିମ୍ପୁଡ଼ି ଆସିଲେ ଆର୍ଥିକ କ୍ଷତି ହୁଏ। ପରିବାରରେ ସମସ୍ୟା ଦେଖାଦେଇଥାଏ।

Leave a Reply

Your email address will not be published. Required fields are marked *

Back to top button