ଦୁର୍ଘଟଣାସ୍ଥଳରେ ୧୫ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବାରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥୀ। ସେ କହିଛନ୍ତି ଏବେ ୧୦୦୦ ଦୁର୍ଘଟଣା ହେଉଥିଲେ ୪୮ ପ୍ରତିଶତ ଅର୍ଥାତ ୪୮୦ ଜଣଙ୍କର ମୃତ୍ୟୁ ହେଉଛି। କିନ୍ତୁ ବିଶେଷକରି ଦୁର୍ଘଟଣାର ଶିକାର ହେଉଛନ୍ତି ଯୁବ ବର୍ଗ। ସେମାନଙ୍କ ଜୀବନକୁ ବଞ୍ଚାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି।

ଖବର ଅନୁଯାୟୀ ଶ୍ରୀ ଶତପଥୀ କହିଛନ୍ତି ବର୍ତ୍ତମାନ ସମୟରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୨୭ ମିନିଟ ସମୟ ଲାଗୁଛି। ଆମ ପାଖରେ ସରକାରୀ ଓ ବେସରକାରୀ ଭାବେ ୫୪୩୯ଟି ଆମ୍ବୁଲାନ୍ସ ଅଛି। ଏବେ ୩୪୯ ନୂଆ ଆମ୍ବୁଲାନ୍ସ ଦିଆଯାଇଥିବାରୁ ଏବେ ୨୭ ମିନିଟ ବଦଳରେ ୧୫ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ରାଜ୍ୟର ୧୮ଟି ବେସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ଭିତରେ ୧୬ ଓ ବାହାରେ ୨ଟି ହସ୍ପିଟାଲ ରହିଛି। ତେଣୁ ଦୁର୍ଘଟଣା ହେବା ମାତ୍ରେ ସେ ହସ୍ପିଟାଲକୁ ନେଲେ ମାଗଣା ଚିକିତ୍ସା ମିଳିପାରିବ। ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି। ରାଜ୍ୟରେ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବାରୁ ସେହି ସ୍ଥାନରେ ଆମ୍ବୁଲାନ୍ସକୁ ରଖା ଯାଉଛି।

Leave a Reply

Your email address will not be published. Required fields are marked *

Back to top button