ପିସିସି ନିର୍ବାଚନ ଇସ୍ତାହାର କମିଟି ଘୋଷଣା

ଭୁବନେଶ୍ଵର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ ଏହି ଘୋଷଣା କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହି କମିଟି ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ଏହି କମିଟିରେ କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର, ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଉପ-ସଭାପତି ଗଣେଶ୍ବର ବେହେରା, କାର୍ଯ୍ୟକ୍ରମ କ୍ରିୟାନ୍ବୟନ କମିଟିର ଅଧ୍ୟକ୍ଷ ଯଜ୍ଞେଶ୍ବର ବାବୁ, କୋଷାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ରହିଛନ୍ତି। ଏହାସହ ସଦସ୍ୟଭାବେ ଇନ୍ଦ୍ରମୋହନ ପଣ୍ଡା, ବିସ୍ମୟ ମହାପାତ୍ର, ଅମିୟ ପଟ୍ଟନାୟକ, ବାଙ୍କନିଧି ବେହେରା, ସୁଦର୍ଶନ ଦାସ, ରଜନୀ ମହାନ୍ତି, ଭୁଜବଳ ମାଝୀ, ମନିଷା ତ୍ରିପାଠୀ, ସସ୍ମିତା ବେହେରା, କିଶୋର ଜେନା, ଜିଆ ଉଲ ହକ୍, ୟାସିର ନୱାଜ, ବନ୍ଦିତା ପରିଡ଼ା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବେଣୁମାଧବ ତ୍ରିପାଠୀ ପ୍ରମୁଖ ସ୍ଥାନ ପାଇଛି। ପ୍ରଶାନ୍ତ ଶତପଥୀ କମିଟିର ଆବାହକ ରହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button