କଂଗ୍ରେସକୁ ଲକ୍ଷେ ୩୮ ହଜାର ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ଵର : ଦଳୀୟ ପାଇଁ ପାଣ୍ଠି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗ୍ରେସକୁ ୧.୩୮ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି।
ଖବର ଅନୁଯାୟୀ ଶ୍ରୀ ପଟ୍ଟନାୟକ ‘X’ରେ ଲେଖିଛନ୍ତି ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିର୍ବାଚନୀ ବଣ୍ଡ ଓ ଅନ୍ୟ ବାଟରେ ନିଜର ଆର୍ଥିକ ସ୍ଥିତିକୁ ବେଶ୍ ଭଲ ଭାବେ ପ୍ରଭାବିତ କରିପାରିଛନ୍ତି। ୧୩୮ ବର୍ଷ ପୁରୁଣା କଂଗ୍ରେସ ଦଳକୁ ପାଣ୍ଠି ଦାନ ପାଇଁ ମୁଁ ସମସ୍ତଙ୍କୁ ବିଚାର କରିବାକୁ ଅନୁରୋଧ କରୁଛି। ଏଥିସହ ସମସ୍ତେ ସମ୍ୱିଧାନର ସୁରକ୍ଷା ଓ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଲେଖିଛନ୍ତି।
ସୂଚନାଯୋଗ୍ୟ ଦେଶର ସର୍ବପୁରାତନ ଦଳ କଂଗ୍ରେସ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଦଳ ପକ୍ଷରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କଂଗ୍ରେସ କର୍ମୀମାନେ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।