ଲିନଙ୍କୁ ବିବାହ କରିବେ ରଣଦୀପ ହୁଡ୍ଡା

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଲିନ ଲେଶରାମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଚଳିତ ମାସ ଶେଷରେ ହେବ ବିବାହ। ତେବେ ରଣଦୀପ ବିବାହ ତାରିଖ ସମ୍ପର୍କରେ ସୂଚନା ଦେଇନାହାଁନ୍ତି।

ଖବର ଅନୁଯାୟୀ ରଣଦୀପ-ଲିନଙ୍କ ସମ୍ପର୍କ ୨୦୨୨ରେ ସ୍ପଷ୍ଟ ହୋଇଥିଲା। ଏବେ ଦୁହିଁଙ୍କର ବିବାହ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅଳ୍ପ କିଛି ବିଶେଷ ବନ୍ଧୁ ଓ ପରିବାର ଉପସ୍ଥିତ ରହିବେ। କୁହାଯାଉଛି ରଣଦୀପ ମୁମ୍ବାଇରେ ବିବାହ କରିବେନି। ଲିନ୍ ଜଣେ ଅଭିନେତ୍ରୀ। ସେ ଫରାହ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରେ ଓମ କପୁରଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ମେରି କମ୍‌ରେ ନଜର ଆସିଥିଲେ ଲିନ୍‌।

Leave a Reply

Your email address will not be published. Required fields are marked *

Back to top button