କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ

ନୂଆଦିଲ୍ଲୀ : କଂଗ୍ରେସ ଆଜି ଦଳୀୟ ସଂଗଠନରେ ପରିବର୍ତ୍ତନ କରିଛି। ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛି। ଦିଆଯାଇଛି। ଜେପି ଅଗ୍ରୱାଲଙ୍କ ସ୍ଥାନରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ। ସେହିପରି ମୁକୁଲ ବାସନିକଙ୍କୁ ଗୁଜୁରାଟ ପ୍ରଭାରି ମହାସଚିବ କରାଯାଇଥିବା ବେଳେ ବ୍ରିଜଲାଲ ଖାବ୍ରିଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି।
ଖବର ଅନୁଯାୟୀ ଚଳିତବର୍ଷ ଶେଷ ଆଡ଼କୁ ହେବ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ସୁରଜେୱାଲାଙ୍କୁ ନୂଆ ଦାୟିତ୍ୱ ଦେବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହାଛଡା ଆସନ୍ତାବର୍ଷ ହେବ ଲୋକସଭା ନିର୍ବାଚନ। କୁହାଯାଉଛି ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ। ସେହିପରି ଉତ୍ତରପ୍ରଦେଶରେ ୮୦ଟି ଲୋକସଭା ଆସନ ରହିଥିବା ବେଳେ ଅଜୟ ରାୟଙ୍କୁ ମିଳିଛି ନୂଆ ଦାୟିତ୍ଵ। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ହେଁ ଦୁଇଟିଯାକ ସ୍ଥାନରେ ପରାଜିତ ହୋଇଥିଲେ। ଏହାଛଡା ସୂଚନା ମିଳିଛି ବିଜେପି ପରି କଂଗ୍ରେସ ମଧ୍ୟ ଏହି ପଦକ୍ଷେପ ନେବ।



























