ଶ୍ରୀମନ୍ଦିର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଭୁବନେଶ୍ୱର : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ମରାମତି ଓ ଗଣତି ପାଇଁ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ ଜରିଆରେ ଦାବି କରୁଛି। ପୁରୀର ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଗୁରୁବାର କଂଗ୍ରେସ ପକ୍ଷରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟଘଣ୍ଟା ବଜାଇ ଆନ୍ଦୋଳନ କରାଯାଇଛି। ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦିଆଯାଇଥିଲା ଦାବିପତ୍ର। ୨୮ ତାରିଖ ଭିତରେ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ହେଲେ ସମୟସୀମା ଅତିକ୍ରାନ୍ତ ହୋଇଥିଲେ ହେଁ ଦାବି ପୂରଣ ନହେବାରୁ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି।