ଗହଣା ଲୁଟିନେଲେ ନାଗାସାଧୁ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁ’ରୁ ନାଗାସାଧୁ ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ରଘୁନାଥପୁର ରାକେଶ ପଢ଼ିଆରୀଙ୍କ ଘରେ ଗତକାଲି ସକାଳେ ୩ ଜଣ ନାଗାସାଧୁ ପହଞ୍ଚିଥିଲେ। ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପଢ଼ିଆରୀଙ୍କ ପରିବାର ତାଙ୍କୁ ଘର ଭିତରକୁ ଡାକିଥିଲେ। ବାବାଙ୍କ ଅତିଥି ସେବା ପରେ ପରିବାର ଲୋକେ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ପ୍ରତିକାର ପାଇଁ କିପରି ପୂଜାର୍ଚ୍ଚନା କରାଯିବ ବାବମାନେ କହି ଭିକ୍ଷାନେଇ ଫେରିଯାଇଥିଲେ। କିଛି ସମୟ ପରେ ଜଣାପଡ଼ିଥିଲା ଘରେ ଥିବା କେତେକ ସୁନା ଅଳଙ୍କାର ଚୋରି ହୋଇଯାଇଛି।
ରାକେଶଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ବାବାଙ୍କୁ ସନ୍ଦେହ କରି ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେଲା ଉତ୍ତରପ୍ରଦେଶରୁ ଆସିଥିବା ୬ଜଣ ନାଗା ବାବା ରଘୁନାଥପୁର ମାଉସୀମା’ ମନ୍ଦିର ଛକରେ ପହଂଚିଥିଲେ। ମନ୍ଦିର ଭିତରକୁ ସେମାନେ ଯିବାକୁ ଚାହିଁବାରୁ ପୂଜକ ବାରଣ କରିଥିଲେ। ହେଲେ ରାକେଶ ପଢ଼ିଆରୀ ମନ୍ଦିର ପରିଚାଳନା କମିଟିରେ ଥିବାରୁ କହିଥିଲେ ଯଦି ସାଧୁମାନେ ଚାହୁଁଛନ୍ତି ମନ୍ଦିର ଭିତରକୁ ଯାଆନ୍ତୁ। ସାଧୁମାନେ ମନ୍ଦିର ପରିସରରେ ବସି ନାମ କିର୍ତ୍ତନ କରିବ ସହିତ ରାକେଶଙ୍କ ବ୍ୟବହାରରେ ଖୁସି ହୋଇ ତାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ତାଙ୍କ ପୁଅ ଘରର ଡାଇନିଂ ଉପରେ ସୁନା ଚେନ୍ ରଖି ଗାଧୋଇବାକୁ ଯାଇଥିଲେ। ନାଗାସାଧୁମାନେ ସେଇ ସୁନା ଚେନ୍ ସହିତ ଘରର ଅନ୍ୟ ସୁନା ଗହଣା ଳୁଟିନେଇଥିବା ରାକେଶ ଅଭିଯୋଗ କରିଛନ୍ତି।