ଦିଲ୍ଲୀରେ ପୁଣି ଭୂମିକମ୍ପ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି ଭୂମିକମ୍ପର ଝଟ୍କା ଦୁଇଥର ଅନୁଭୂତ ହୋଇଛି। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।
ଖବର ଅନୁଯାୟୀ ସୋମବାର ନେପାଳରେ ପୁଣି ୫.୬ ତୀବ୍ରତାର ଭୂକମ୍ପ ହେବା ଦିଲ୍ଲୀରେ ଏହାର ଝଟକା ଅନୁଭୂତ ହୋଇଛି। ଏହାଛଡା ଉତ୍ତରପ୍ରଦେଶର ନଏଡା, ଲକ୍ଷ୍ନୈ ସମେତ ଅନେକ ଜିଲ୍ଲାରେ ତୀବ୍ର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଠାରୁ ୬ କିଲୋମିଟର ଜୁମଲା ଅଞ୍ଚଳରେ ଥିବା କୁହାଯାଉଛି। ସୂଚନାଯୋଗ୍ୟ ନଭେମ୍ବର ୩ ତାରିଖରେ ଦିଲ୍ଲୀ ଏନ୍ସିଆର୍ ସମେତ ଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।