ସମ୍ବଲପୁର : ପୁଣି ୨୪ ଘଣ୍ଟା ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।

ଖବର ଆନଯାୟୀ ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ହିଂସାକାଣ୍ଡ ଥମିଥିଲା। କିନ୍ତୁ ରବିବାର ହିଂସାକାଣ୍ଡ ଘଟିବାରୁ କର୍ଫ୍ୟୁ ଜାରି କରାଯାଇଥିଲା। ଏବେ ପରିସ୍ଥିତି ସୁଧୁରୁଥିବାରୁ କର୍ଫ୍ୟୁ କୋହଳ କରାଯାଇଛି। ହେଲେ ବୁଧବାର ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଯାହାସୂଚନା ମିଳିଛି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ, ନାକଟିଦେଉଳ, ଯୁୁଯୁମରା, ବାମରା, କୁଚିଣ୍ଡା ଓ ଯମନକିରାରେ ଇଣ୍ଟରନେଟ୍‌ ସେବା ଉପଲବଧ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଞ୍ଚଳରେ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *

Back to top button