ନେସ୍କୋ ଏସଡିଓଙ୍କ ଘରେ ଭିଜିଲାନ୍ସ ରେଡ
କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ। କେନ୍ଦୁଝର ବାସଭବନ ସମେତ ଚାରିଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ମିଳିଛି।
ଖବର ଅନୁଯାୟୀ ମଙ୍ଗଳବାର ସକାଳେ ଭିଜିଲାନ୍ସର ଚାରିଟି ଟିମ୍ ମହେଶ୍ୱରଙ୍କ କେନ୍ଦୁଝର ବାସଭବନ, କାର୍ଯ୍ୟାଳୟ, ଘଟଗାଁ ଓ ତାଙ୍କର ପୈତୃକ ଘର ଆଦି ୪ଟି ସ୍ଥାନରେ ଚଢାଉ ଆରମ୍ଭ କରିଛି। ତାଙ୍କ ନାଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିବା କୁହାଯାଉଛି। ତେବେ କେତେ ଆୟ ବହିର୍ଭୂତ ସମ୍ପତ୍ତି ସଂପତ୍ତି ଜବତ ହୋଇଛି ତାହାର ସଠିକ ସୂଚନା ମିଳିନାହିଁ।