ଏୟୁ ସପିଙ୍ଗ ଧମକା ପାର୍ବଣକାଳୀନ ଖର୍ଚ୍ଚ ଉପରେ ଅଧିକ ସଞ୍ଚୟ ପ୍ରଦାନ କରୁଛି

ଜୟପୁର : ଭାରତର ସର୍ବବୃହତ କ୍ଷୁଦ୍ର ଅର୍ଥଲଗାଣ ବ୍ୟାଙ୍କ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଦେଶବ୍ୟାପୀ ତାହାର ଗ୍ରାହକଙ୍କ ପାଇଁ ବୃହତ ପାର୍ବଣକାଳୀନ ଅଫର ଘୋଷଣା କରିଛି। ଏୟୁ ସପିଙ୍ଗ ଧମାକା ଅଫର ୨୦୨୧ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଛି ଏବଂ ନଭେମ୍ବର ୭ ତାରିଖରେ ଶେଷହେବ।

୫୦୦ରୁ ଅଧିକ ବ୍ରାଣ୍ଡ୍‍ରେ ଅଫର ଆଣିଥିବା ଏୟୁ ବ୍ୟାଙ୍କ ନିଜର ଏୟୁ ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଉପରେ ରିହାତି ଏବଂ କ୍ୟାସବ୍ୟାକ୍‍ ଦେବାକୁ ସପିଙ୍ଗ, ଇଲେକଟ୍ରୋନିକ୍ସ, ଭ୍ରମଣ, ଭୋଜନ, ଆରୋଗ୍ୟ ଆଦି ବହୁବିଧ ଶ୍ରେଣୀରେ ଅଗ୍ରଣୀ ବ୍ରାଣ୍ଡ୍‍ଗୁଡିକ ସହିତ ସହଭାଗିତା କରିଛି । ଏହି ଅଫରଗୁଡିକ ଆମାଜନ, ମିନ୍ତ୍ରା, ୟାତ୍ରା, ମେକ୍‍ମାଇଁଟ୍ରିପ, ଜିଓମାର୍ଟ, ଡୋମିନୋସ, ଓଲା, ବିଗ୍‍ବାସ୍କେଟ, ଓପ୍ପୋ, ରିଅଲମି, କ୍ରୋମା, ଇଜିଡିନର ଆଦି ସହିତ ୭୦୦ରୁ ଅଧିକ ଅତୀବ ସ୍ଥାନୀୟ ବ୍ୟବସାୟସ୍ଥଳ ସହିତ ବୁଝାମଣା ଆଧାରରେ ଉପଲବ୍ଧ ହେଉଛି।

ମାସେବ୍ୟାପୀ ଚାଲିବାକୁ ଥିବା ଏହି ସପିଙ୍ଗ ଉତ୍ସବରେ ସ୍ୱର୍ଣ୍ଣ ଋଣ ଉପରେ ୧୦୦ ପ୍ରତିଶତ ପ୍ରୋସେସିଂ ଦେୟ ଛାଡ (୨ ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ଋଣ ମୂଲ୍ୟ ଉପରେ) ଏବଂ କୃଷି ଋଣ ଉପରେ ପ୍ରୋସେସିଂ ଦେୟ ୦.୨୦%, ସୁରକ୍ଷିତ ବ୍ୟବସାୟ ଋଣ କ୍ଷେତ୍ରରେ ୦.୫୦% ଏବଂ ଗାଡି ଋଣ ଉପରେ ୫୦% ଛାଡ ଭଳି ସୀମିତ ଅବଧିର ସୁବିଧା ସୁଯୋଗ ରହିଛି । ଏଥିସହିତ କାର ଏବଂ ଗୃହ ଋଣ ଉପରେ ଆକର୍ଷଣୀୟ ସୁଧହାର ସହିତ ଏହି ପାର୍ବଣକାଳୀନ ଅଫର ଆସିଛି।

ଏୟୁ ସପିଙ୍ଗ ଧମାକାର ତୃତୀୟ ସଂସ୍କରଣ ଶୁଭାରମ୍ଭ ଅବସରରେ ପ୍ରକାଶ କରି ଏୟୁ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉତ୍ତମ ଟିବ୍ରେୱାଲ କହିଛନ୍ତି “ଆମର ପୂର୍ବ ସପିଙ୍ଗ ଧମାକା ସଂସ୍କରଣଗୁଡିକରେ ଆମେ ଅତ୍ୟନ୍ତ ଆଗ୍ରହ ଲକ୍ଷ୍ୟ କରିଛୁ । ଆମର ବ୍ରାଣ୍ଡ୍‍ ସହଯୋଗୀଙ୍କୁ ଏଯାଏ ପହଞ୍ଚିନଥିବା ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ଆମେ ସାହାଯ୍ୟ କରୁଥିବାରୁ ସେହି ସହଯୋଗୀଙ୍କର ପ୍ଲାଟଫର୍ମରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏଠାରେ ଏହା ଉଲ୍ଲେଖ କରିବାକୁ ମୋତେ ଗର୍ବ ଅନୁଭବ ହେଉଛି ଯେ ଗଭୀରତମ ସ୍ଥାନରେ ଆମର ଉପସ୍ଥିତି କେବଳ ଆମ ପାଇଁ ସହାୟକ ହୋଇନାହିଁ, ତାହାସହିତ ଆମ ବ୍ୟବସାୟୀ ସହଯୋଗୀଙ୍କୁ ମଧ୍ୟ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହୋଇଛି । ଭାରତରେ ସମସ୍ତ ଅଗ୍ରଣୀ ବ୍ରାଣ୍ଡ୍‍ ସହିତ ସହଭାଗିତାକୁ ନେଇ ଆମେ ଆଶା କରୁଛୁ ଯେ ଆମ ଗ୍ରାହକମାନେ ଚଳିତ ବର୍ଷ ପାର୍ବଣ ସମୟରେ ମଧ୍ୟ ଅଧିକ ଖର୍ଚ୍ଚ କରିବେ ଅଥବା ଯାହାକୁ ‘ହୃଦୟ ଖୋଲା ଖର୍ଚ୍ଚ’ (ସେଲିବ୍ରେଟ ଦିଲ୍‍ ଖୋଲ୍‍କେ) ବୋଲି କୁହାଯାଇପାରିବ।

Leave a Reply

Your email address will not be published. Required fields are marked *

Back to top button